ଝାରସୁଗୁଡ଼ାର ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରି ମୟୂରଭଂଜର ଯୁବକ ଗିରଫ  

Advertisment
ଝାରସୁଗୁଡ଼ାର ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରି ମୟୂରଭଂଜର ଯୁବକ ଗିରଫ  

ଝାରସୁଗୁଡ଼ା: କମ୍ପ୍ୟୁଟରରେ ଜଣେ ଯୁବତୀଙ୍କ ଉଲଗ୍ନ ଫଟୋ ପ୍ରସ୍ତୁତ କରିବା ଓ ତାଙ୍କ ନାମରେ ଏକ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ତାକୁ ଭାଇରାଲ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଟାଉନ୍‌ ଥାନା ପୁଲିସ ଜଣେ ମୟୂରଭଂଜ ଜିଲ୍ଲାର ଜରେ ଯୁବକ ସବନମ କୁମାର ସାହୁ ଓରଫ ବବଲୁ (୩୧)କୁ ବାରିପଦାରୁ ଗିରଫ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ଝ‌ାରସୁଗୁଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ବେଳେ ‌ଫେସବୁକ୍‌ ମାଧ୍ୟମରେ ବବଲୁ ସହିତ ବନ୍ଧୁତା ହୋଇଥିଲା। ବବଲୁ ଭୁବନେଶ୍ବର ଆସି ଉକ୍ତ ଯୁବତୀଙ୍କୁ ସାକ୍ଷାତ କରି ତାଙ୍କ ମୋବାଇଲରୁ କିଛି ଫଟୋ ନେଇ ଯାଇଥିଲେ। କୋଭିଡ ସମୟରେ ଯୁବତୀ ଜଣକ ଝାରସୁଗୁଡ଼ା ଫେରି ଆସିବା ପରେ ଉକ୍ତ ଯୁବକ ତାଙ୍କୁ ବାରମ୍ବାର ଫୋନ୍‌ କରି ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ। ତେବେ ତା’ର ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ଯୁବତୀ ଜଣକୁ ବବଲୁ ମୋବାଇଲ ନମ୍ବର ବ୍ଲକ୍‌ କରି ଦେଇଥିଲେ। ଏହାପରେ ଯୁବକ ଜଣକ କମ୍ପ୍ୟୁଟରରେ ଫଟୋସପ୍‌ ଜରିଆରେ ଯୁବତୀଙ୍କ ନଗ୍ନ ଫଟୋ ପ୍ରସ୍ତୁତ କରି ଭାଇରାଲ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe