ହାତଗୋଡ଼ ବାନ୍ଧି ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ହାତଗୋଡ଼ ବାନ୍ଧି ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍ ଅଧୀନ ଖମ୍ବାରିଗାଁ ଜମିରୁ ଗତ ୨୧ ତାରିଖ ସକାଳେ ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ କୁରୁବା ଗାଁର ଦୁଃଖୀ ଦଳାଇ (୭୦)ଙ୍କ ଶବ ହାତ ବନ୍ଧାଯାଇଥିବା ଅବସ୍ଥାରେ ଜବତ ହୋଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ କେସ୍ ନମ୍ବର ୨୧୫ ଅନୁସାରେ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିଲା। ‌ଶେଷରେ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇଛି ପୁଲିସ। ଦୁଃଖୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହେବା ସହ ଏହି ଅମାନବନୀୟ କାର୍ଯ୍ୟକଳାପ ଘଟାଇଥିବା ଅଭିଯୁକ୍ତ ଖମ୍ବାରିଗାଁ ପଞ୍ଚାୟତ ପାତ୍ରପଡ଼ା ଗ୍ରାମର ଜିତେନ୍ଦ୍ର ଦଳାଇ ଓରଫ୍ ଏମ୍ଏଲ୍ଏକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗତ ଅକ୍ଟୋବର ୨୦ ତାରିଖ ତଥା କୁମାର ପୂର୍ଣ୍ଣମୀ ଦିନ ଦୁଃଖୀ ତାଙ୍କ ଝିଅ ସହ ସହ ସୁଭଦ୍ରା ସହ ଇ-ଶ୍ରମକାର୍ଡ଼ କରିବାକୁ ଖମ୍ବାରିଗାଁ ଆସିଥିଲେ। କିନ୍ତୁ ରାତି ହୋଇ ଯିବାରୁ ଗାଁକୁ ଫେରି ନଥିଲେ। ଉଭୟ ଗାଁର ଏକ କ୍ୟାବିନ୍‌ ପାଖରେ ରହିଯାଇଥିଲେ। କିଛି ସମୟ ପରେ ଦୁଃଖୀ ଶୋଇପଡ଼ିଥିବା ବେଳେ ସୁଭଦ୍ରା ଜୁଆ ଖେଳିବାକୁ ଗାଁକୁ ଚାଲିଆସିଥିଲେ।
ଅନ୍ୟପକ୍ଷରେ ଅଭିଯୁକ୍ତ ଜିତେନ୍ଦ୍ର ଜୁଆଖେଳରେ ଟଙ୍କା ହାରିଯିବା ପରେ ପ୍ରଚୁର ମଦ ପିଇଥିଲା। ଆଉ ନିଶାସକ୍ତ ଅବସ୍ଥାରେ ଦୁଃଖୀଙ୍କୁ ଏକୁଟିଆ ଶୋଇଥିବାର ଦେଖି ହିତାହିତ ଜ୍ଞାନକୁ ଭୁଲି ତାଙ୍କ ହାତଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିଥିଲା। ଆଉ ତଣ୍ଟି ଚିପି ହତ୍ୟା କରିବା ପରେ ଦଣ୍ଡାସିସାହି ନିକଟ ଧାନବିଲରେ ଶବକୁ ଫୋପାଡ଼ି ଦେଇଥିଲା। ୨୧ ତାରିଖ ସକାଳେ ତାଙ୍କ ଶବ ମିଳିଥିଲା।
ମୃତକଙ୍କ ପୁଅ ବାବୁଲା ଦଳାଇଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଜିତେନ୍ଦ୍ରର ଗତିବିଧି ଉପରେ ସନ୍ଦେହ କରି ପୁଲିସ ତାକୁ ଉଠାଇ ଆଣି ଜେରା କରିବା ସମୟରେ ସେ ସମସ୍ତ ଦୋଷ ସ୍ବୀକାର କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe