ଷ୍ଟ୍ରଙ୍ଗ୍‌ରୁମ୍ ନିକଟରୁ ସନ୍ଦିଗ୍ଧ ବ୍ୟକ୍ତି ଅଟକ

Advertisment
ଷ୍ଟ୍ରଙ୍ଗ୍‌ରୁମ୍ ନିକଟରୁ ସନ୍ଦିଗ୍ଧ ବ୍ୟକ୍ତି ଅଟକ

କେନ୍ଦୁଝର : କେନ୍ଦୁଝର ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ହୋଇଥିବା ଇଭିଏମ ଷ୍ଟ୍ରଙ୍ଗରୁମ୍ ନିକଟରୁ ଗତକାଲି ରାତି ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ବିଜେପି କର୍ମୀମାନେ ଧରି ପୁଲିସ ଜିମା ଦେଇଛନ୍ତି। ତାଙ୍କ ସହିତ ଥିବା ଆଉ ୩ ଜଣ ବ୍ୟକ୍ତି ସେଠାରୁ ଫେରାର ହେବାରେ ସମର୍ଥ ହୋଇଛନ୍ତି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗତକାଲି ରାତିରୁ ସେଠାରେ ଉତ୍ତେଜନା ଲାଗିରହିଛି। ବିଜେପି କର୍ମୀମାନେ ସାରାରାତି ସେଠାରେ ପହରା ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ରାତିରେ ଏକ ବୋଲେରୋ (ଓଆର୍୦୯-ଜେ-୮୭୭୭ ) ରେ ଆସି ୪ ଜଣ ବ୍ୟକ୍ତି ଷ୍ଟ୍ରଙ୍ଗରୁମ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ନୋ-ମ୍ୟାନ ଜୋନରେ ଏହି ବ୍ୟକ୍ତିଙ୍କୁ ଦେଖି ବିଜେପି କର୍ମୀମାନେ ପାଟିତୁଣ୍ଡ କରିବା ସହିତ ସପ୍ଟୱୟାର ଇଂଜିନିୟର ଆଶା ପ୍ରଦୀପ ମହାନ୍ତିଙ୍କୁ କାବୁ କରିନେଇଥିଲେ। ଅନ୍ୟ ୩ ଜଣ ସେଠାରୁ ଦୌଡ଼ି ପଳେଇଥିଲେ।

ଆଜି ସକାଳେ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଭକ୍ତଚରଣ ପ୍ରଧାନ, ତେଲକୋଇ ଓ ସଦର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ସଦର ଏସଡିପିଓ ପ୍ରକାଶ ଜେମ୍‌ସ ଟପ୍ପୋ, ଟାଉନ ଥାନା ଅଧିକାରୀ ସୋମନାଥ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ରଖାଯାଇଛି। ଭିତର ସୁରକ୍ଷା ଦାୟିତ୍ୱରେ ସଶସ୍ତ୍ର ସୀମା ସୁରକ୍ଷା ବଳ ଥିବାବେଳେ ବାହ୍ୟ ସୁରକ୍ଷା କଥା ଓଡ଼ିଶା ପୁଲିସ ବୁଝୁଛି। ତେଣୁ ଇଭିଏମ ଟ୍ୟାମ୍ପରିଂ କରିବା ବହୁ କଷ୍ଟକର ବ୍ୟାପାର ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe