ମହିଳାଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ ଘୁଣ୍ଟୁପଶି ଗ୍ରାମରେ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଅଷାଢ଼ୁ ସେଠୀ (୬୨)। ୨୦ ତାରିଖ ଅପରାହ୍‌ଣରେ ଗାଁର ଆମ୍ବଗଛ ମୂଳରେ ଅନ୍ୟମାନଙ୍କ ସହ ମହେଶ୍ବର ସେଠୀଙ୍କ ସ୍ତ୍ରୀ ଦୂତି ସେଠୀ (୪୫) ବସିଥିଲେ।

ଅଷାଢ଼ୁ ସେଠାରେ ପହଞ୍ଚି ଏକ ଟାଙ୍ଗିଆରେ ଦୂତିଙ୍କୁ ଆକ୍ରମଣ କରିଥିଲା। ଦୂତିଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୮୧/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe