ଡାବୁଗାଁ : ବାର୍ଲି ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ କରି ଦେଶୀ ବନ୍ଧୁକ ସହ ଜଣେ ଗିରଫ

Advertisment
ଡାବୁଗାଁ : ବାର୍ଲି ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ କରି ଦେଶୀ ବନ୍ଧୁକ ସହ ଜଣେ ଗିରଫ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବାର୍ଲି ସଂରକ୍ଷିତ ଜଙ୍ଗଲରୁ ଜଣେ ବ୍ୟକ୍ତିକୁ ଦେଶୀ ବନ୍ଧୁକ ସହ ବନ କର୍ମଚାରୀ ଗିରଫ କରିଛନ୍ତି। ଅଭିଯୁକ୍ତ ନିକଟରୁ ଗୋଟିଏ ଟାଙ୍ଗିଆ ଓ ହାତ ଲାଇଟ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ପାପଡାହାଣ୍ଡି ଥାନା କଲାଭାଟିଆଗୁଡ଼ାର ଦେଉନୁ ଜାନି (୫୬) ବୋଲି ଜଣା ପଡିଛି। ଆଜି ଅଭିଯୁକ୍ତକୁ କେଶ୍ ନଂ ୩୨/୨୦୨୦/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ଶୁକ୍ରବାର ରାତ୍ରରେ ଡାବୁଗାଁ ବନାଞ୍ଚଳ ମଇଦଲପୁର ବନ ବିଭାଗ ଅନ୍ତର୍ଗତ ବାର୍ଲି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ରାତ୍ର ପ୍ରାୟ ୧୧.୪୫ ମିନିଟ୍ ସମୟରେ ଜଙ୍ଗଲ ମଧ୍ୟରେ ଜଣେ ଅବାଧରେ ଦେଶୀ ବନ୍ଧୁକ ଧରି ପ୍ରବେଶ କରିଥିଲା। ବାର୍ଲି ସଂରକ୍ଷିତ ଜଙ୍ଗଲରେ ଅବାଧ ପଶୁ ଶିକାର କରିବା ଉଦ୍ଦେଶ୍ୟରେ ବ୍ୟକ୍ତି ଜଣକ ଏକ ଟାଙ୍ଗିଆ ଓ ହାତ ଲାଇଟ୍ ଧରି ଥିବାରୁ ବନ ବିଭାଗ କର୍ମଚାରୀମାନେ ଆସାମୀ ଜଣକୁ ଗିରଫ କରିଥିଲେ। ଆସାମୀ ଜଣକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କଳା ଭାଟିଆଗୁଡ଼ାର ଦେଉନୁ ଜାନି (୫୬) ବୋଲି ଜଣା ପଡିଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ସୁବ୍ରତ ବାବାଲି ଓ ପାରା ଷ୍ଟାଫ୍ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe