ପୁରୀରେ ପୂର୍ବ ଶତ୍ରୁତାକୁ ନେଇ ହାଣିଲେ ଦୁର୍ବୃତ୍ତ, ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

Advertisment
ପୁରୀରେ ପୂର୍ବ ଶତ୍ରୁତାକୁ ନେଇ ହାଣିଲେ ଦୁର୍ବୃତ୍ତ, ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପୁରୀ: ଟାଉନ୍‌ ଥାନା ଅଞ୍ଚଳରେ ଜନଗହଳି ଭିତରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ତିନିରୁ ୪ ଜଣ ଦୁବୃର୍ତ୍ତ ଅତର୍କିତ ଆକ୍ରମଣ କରିଛନ୍ତି। କଟୁରୀ ଚୋଟରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ହରିହର ସାହୁ।

ସୂଚନା ଅନୁସାରେ ଟାଉନ୍‌ ଥାନା ହାଡ଼ଗୋଡ଼ିଆ ଛକ ଦେଇ ଆଜି ସନ୍ଧ୍ୟା ସମୟରେ ହରିହର ସାହୁ ଚାଲିଚାଲି ଯାଉଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ୩ରୁ ୪ ଜଣ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ହରିହର କିଛି କହିବା ପୂର୍ବରୁ ଅତର୍କିତ ଭାବେ କଟୁରୀରେ ହାଣିଥିଲେ। ଆକ୍ରମଣର ଶିକାର ହୋଇ ହରିହର ଚିତ୍କାର କରୁଥିଲେ ମଧ୍ୟ ସେମାନେ କିଛି ଶୁଣୁ ନଥିଲେ। ଶେଷରେ ହରିହର ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ହରିହରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ହରିହରଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ନିକଟରେ ଦିନେଶ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କୁ ପୁରୀରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଆଧାରରେ ପୁଲିସ ତଦନ୍ତ କରିପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe