Advertisment

୮ ବର୍ଷୀୟା ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା: କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିବା ଅଭିଯୁକ୍ତକୁ ଉଠାଇ ନେଲା ପୁଲିସ

Advertisment
୮ ବର୍ଷୀୟା ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା: କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିବା ଅଭିଯୁକ୍ତକୁ ଉଠାଇ ନେଲା ପୁଲିସ

ଜମନକିରା : ସମ୍ବଲପୁର ଜିଲ୍ଲାର ଜମନକିରା ଥାନା ଅନ୍ତର୍ଗତ କସଡା ଗ୍ରାମରେ ଘଟିଛି ଲୋମହର୍ଷଣକାରି ହତ୍ୟାକାଣ୍ଡ। ସେହି ଗ୍ରାମର ପ୍ରଶାନ୍ତ ବଗାର (୩୫) ନାମକ ଜଣେ ଯୁବକ ଗୋଡେଇ ଗୋଡ଼େଇ ଉକ୍ତ ଗ୍ରାମର ନବକିଶୋର ଧୁରୁଆଙ୍କ ୮ ବର୍ଷୀୟା ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଥାଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ ପ୍ରଶାନ୍ତ ବଗାର କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଜମନକିରା ଆଇଆଇସି ପ୍ରେମଜିତ୍ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ଜଣାଯାଇଛି। ଅଭିଯୁକ୍ତ ପ୍ରଶାନ୍ତ ବଗାରକୁ ଉଠାଇ ନେଇ ଥାନାରେ ଜେରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe