ସାଙ୍ଗର କାଠ ଫାଳିଆରେ ରଙ୍ଗମିସ୍ତ୍ରି ମୃତ

Advertisment
ସାଙ୍ଗର କାଠ ଫାଳିଆରେ ରଙ୍ଗମିସ୍ତ୍ରି ମୃତ

Times of India

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ବଡ଼ଆଗୁଳ ଗ୍ରାମରେ ସାମାନ୍ୟ ଯୁକ୍ତିତର୍କକୁ ନେଇ ଜଣେ ରଙ୍ଗମିସ୍ତ୍ରିଙ୍କୁ ତାଙ୍କ ବନ୍ଧୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୃତକଜଣକ ହେଲେ, ଅମର ମଲ୍ଲିକ। ହତ୍ୟାକାରୀ ମୂଷା ଥାନାରେ ଆତ୍ମସମର୍ପଣ କରିଛି। ସୂଚନାନୁସାରେ, ଅମର ଓ ମୂଷା ରଙ୍ଗ ମିସ୍ତ୍ରି ଭାବେ କରନ୍ତି। ତେବେ କାମକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ମୂଷା ଏକ କାଠଫାଳିଆରେ ଅମରଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଘଟଣାସ୍ଥଳରେ ହିଁ ଅମରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସଦଳବଳେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଖବରଲେଖା ହେବା ସୁଦ୍ଧା ମାମଲା ରୁଜୁ ହୋଇ ନଥିଲେ ହେଁ, ଅଭିଯୁକ୍ତ ମୂଷା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe