ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପିତା ସୁଭଦ୍ରା

ଚଣ୍ଡିମଲ ବାଘ ସୁସ୍ଥ ଥିବା ସମୟରେ ଜଣେ ଲୋକପ୍ରିୟ ସମାଜସେବୀ ରହିବା ସହ ସେ ଅନେକ ଗରିବଙ୍କୁ ସହାଯ୍ୟ କରିଥିଲେl ୫ ବର୍ଷ ତଳେ ସେ ହଠାତ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେl

Chandahani

Chandahani Photograph: (sambad.in )

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ମୋତିଗାଁର ସୁଭଦ୍ରା ବାଘ (୬୨) ପକ୍ଷାଘାତରେ ୫ବର୍ଷରୁ ପୀଡିତ ହୋଇ ଶର୍ଯ୍ୟାଶାୟୀ ହୋଇ ଥିବା ସ୍ୱାମୀ ଚଣ୍ଡୀମଲ ବାଘ (୬୫)ଙ୍କ ଦିନରାତି ସେବା ଯତ୍ନ କରି ତାଙ୍କୁ ଖୁସିର ଜୀବନ ଦେଇ ଅନ୍ୟ ସଧବା ମହିଳାଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତିl ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଦିଆଯାଇଛିl ଏଥିରେ ତାଙ୍କ ପୁଅ ବୋହୂ ସମେତ ନିଜ ଝିଅ ମଧ୍ୟ ସହଯୋଗ କରୁ ଥିବା ନେଇ ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତିl

ବର୍ତ୍ତମାନ ରାତି ଯାଇ ସକାଳ ହେବା ପରେ ମହିଳାମାନେ ସାବିତ୍ରୀ ବ୍ରତ ପାଇଁ ବ୍ୟସ୍ତ ଦେଖାଯାଉଛନ୍ତିl ଏଥିପାଇଁ ଫଳ ଦୋକାନ, ପୂଜା ସାମଗ୍ରୀ ଦୋକାନଗୁଡ଼ିକରେ ପ୍ରବଳ ଭିଡ଼l ଏଥି ପାଇଁ ମହିଳାମାନେ ଉପବାସ ରହି  ବଟ ବୃକ୍ଷ ମାନଙ୍କରେ ପୂଜା କରି ସାବିତ୍ରୀ ପୁରାଣ ଶୁଣି ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ଉପବାସ ଭାଙ୍ଗି ସ୍ୱାମୀ ଠାରୁ ଆର୍ଶୀବାଦ ନେବେl କିନ୍ତୁ ନିଜ ସ୍ୱାମୀର ସେବା ହିଁ ତାଙ୍କ ପାଇଁ ବ୍ରତ ବୋଲି ସୁଭଦ୍ରା ଆମ ଆଗରେ ପ୍ରକାଶ କରିଛନ୍ତିl

ଚଣ୍ଡିମଲ ବାଘ ସୁସ୍ଥ ଥିବା ସମୟରେ ଜଣେ ଲୋକପ୍ରିୟ ସମାଜସେବୀ ରହିବା ସହ ସେ ଅନେକ ଗରିବଙ୍କୁ ସହାଯ୍ୟ କରିଥିଲେl ୫ ବର୍ଷ ତଳେ ସେ ହଠାତ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେl  ଏଥିରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିଥିଲା। କିନ୍ତୁ ତାଙ୍କର ହାତଗୋଡ଼ ଅଚଳ ହୋଇପଡି ସେ ଶଯ୍ୟାଶାୟୀ ହୋଇ ପଡିଥିଲେl  

ଏଥିରେ ସ୍ତ୍ରୀ ସୁଭଦ୍ରା ଭାଙ୍ଗି ନପଡ଼ି ଦିନ-ରାତି ସ୍ୱାମୀଙ୍କ ସେବାରେ ଲାଗି ପଡ଼ି ଥିଲେ, ଯାହା ଫଳରେ ଶ୍ରୀ ବାଘ ଖୁସିରେ ଜୀବନ ବିତାଉଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତିl ଏକଦା ବାଘ ବିଜୁ ଜନତା ଦଳର ଆଗଧାଡ଼ିର ନେତା ରହିଥିବା ବେଳେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଘନିଷ୍ଠ ସହଯୋଗୀl ଭଗବାନ ସମସ୍ତ ମହିଳାମାନଙ୍କୁ  ସ୍ୱାମୀ ଦୁଃଖରେ ଥିଲେ ସେବା ଶ୍ରୁଶୁଷା କରିବାକୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି।

Woman

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe