ଭୁବନେଶ୍ବର ଓ‌ୟୋ ହୋଟେଲରୁ ୨ଯୁବତୀଙ୍କ ସହ ଧରାପଡ଼ିଥିବା ରଙ୍ଗିଲା ସ୍ବାମୀ କହିଲା- ମତେ ଫସେଇ ଦିଆଯାଇଛି

Advertisment
ଭୁବନେଶ୍ବର ଓ‌ୟୋ ହୋଟେଲରୁ ୨ଯୁବତୀଙ୍କ ସହ ଧରାପଡ଼ିଥିବା ରଙ୍ଗିଲା ସ୍ବାମୀ କହିଲା- ମତେ ଫସେଇ ଦିଆଯାଇଛି

ଭୁବନେଶ୍ବର: ପୁଲିସ ହାତରେ ଧରାପଡ଼ିଲା ପରେ ରଙ୍ଗିଲା ସ୍ବାମୀ ମୁହଁ ଖୋଲିଛନ୍ତି। ମତେ ଫସେଇ ଦିଆଯାଇଛି ବୋଲି କହିଛନ୍ତି। ମୋର କୌଣସି ଭୁଲ୍ ନାହିଁ। କିଛି ଦିନ ତଳେ ଅଭିନେତ୍ରୀ ସୁପ୍ରିୟା ଏବଂ ତାଙ୍କ ସ୍ଵାମୀ ମୋ ନାଁରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ସେମାନେ ମୋ ସ୍ତ୍ରୀଙ୍କୁ ଚକ୍ରାନ୍ତରେ ଫସାଇ ମୋ ନାଁରେ ଏଭଳି ଅଭିଯୋଗ ଆଣିବା ସହିତ ଫସେଇ ଦେଇଛନ୍ତି।

ସୂଚନାଯୋଗ୍ୟ, କଟକ ଟାଉନ୍‌ର ଅଭିନବ ସିଂ ଗତକାଲି ରାତିରେ ଭୁବନେଶ୍ବର ନନ୍ଦନକାନନ ଥାନା ଅଧୀନରେ ପରିଚାଳିତ ଏକ ଓୟୋ ରୁମ୍‌ରୁ ଧରାପଡ଼ିଥିଲେ। ଓୟୋ ରୁମ୍‌ରେ ଦୁଇ ବଙ୍ଗୀୟ ଯୁବତୀଙ୍କ ସହିତ ଥିବା ବେଳେ ମୋବାଇଲ୍‌ ନୋଟିଫିକେସନ୍‌ ତାଙ୍କୁ ପୁଲିସ ହାତରେ ଧରାଇଦେଲା। ପୁଲିସ୍‌କୁ ଧରି ଓୟୋ ରୁମ୍‌ରେ ତାଙ୍କ ସ୍ତ୍ରୀ ପହଞ୍ଚିଲେ। ଘଟଣା ସମୟରେ ସେ ବଙ୍ଗୀୟ ଯୁବତୀମାନଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି।

ଅଭିନବ ଜଣେ ସଫ୍ଟୱେୟାର୍‌ ଇଂଜିନିୟର ଥିଲେ। ଏକ କମ୍ପାନିରେ ଚାକିରି କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଚାକିରି ଛାଡ଼ି ରାପର ଭାବେ କାମ କରୁଥିଲେ। ଅନେକ ଲୋକଗୀତ ଓ ଝାବଡ଼ ଗୀତ ଗାଇଥିଲେ। ଗୀତ ଗାଇବା ନିଶା ହେଲେ ମଧ୍ୟ ପେଶା କିନ୍ତୁ ସଙ୍ଗୀନ ଗୋଟାଇବା! ଘରେ ପତ୍ନୀ ଥାଉଁ ଥାଉଁ ଗୀତ ଗାଇବା ବାହାନାରେ ହୋଟେଲ୍‌ରେ ଯୁବତୀଙ୍କ ସହିତ ରାତି କଟାଉ ଥିଲେ। ହେଲେ ସ୍ୱାମୀଙ୍କ ଅନ୍ଧାରୀ ରାତିର ରଙ୍ଗିଲା କାହାଣୀ ସମ୍ପର୍କରେ ସାମାନ୍ୟତମ ଖବର ପାଉନଥିଲେ ପତ୍ନୀ। ସ୍ୱାମୀ ଯାହା ବାହାନା କରୁଥିଲେ, ସେ ସବୁକୁ ବିଶ୍ୱାସ କରୁଥିଲେ। କାରଣ ସେ ତନମନ ଦେଇ ଅଭିନବଙ୍କୁ ଭଲ ପାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe