ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା

ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା

National Herald

ରାୟଗଡ଼ା: ଶେଷଖାଲ ଥାନାର ଯୋଡ଼ି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ଶ୍ବଶୁର ଘରେ ଜ୍ବାଇଁ ମାଲେସୁ ମାଣ୍ଡାଙ୍ଗି (୨୫) ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶେଷଖାଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନା ମୁତାବକ, ଗତ ୨୪ ତାରିଖରେ ରାୟଗଡ଼ା ବ୍ଲକ୍ ତେଣ୍ଡା ଗାଁର ମାଲେସୁ ଶ୍ବଶୁର ଘର ଯୋଡ଼ି ଗାଁକୁ ଯାଇଥିଲେ। ଆଜି ସକାଳେ ଶ୍ବଶୁର ଘର ଲୋକ ଅନ୍ୟତ୍ର କାମରେ ଯାଇଥିବା ବେଳେ ମାଲେସୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ହିଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକ ଘରକୁ ଫେରିବା ପରେ ଘଟଣା ସଂପର୍କରେ ଜାଣି ଶେଷଖାଲ ପୁଲିସକୁ ଖବର ଦେଇଥିଲେ। ଶେଷଖାଲ ଥାନା ଏସଆଇ ଚନ୍ଦ୍ର ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe