ଅଇଁଠାପାଲି ଥାନାରେ ଚୋରି ଅଭିଯୁକ୍ତ ଯୁବକର ଆତ୍ମହତ୍ୟା

Advertisment
ଅଇଁଠାପାଲି ଥାନାରେ ଚୋରି ଅଭିଯୁକ୍ତ ଯୁବକର ଆତ୍ମହତ୍ୟା

ସମ୍ବଲପୁର : ଗୁରୁବାର ବିଳମ୍ବିତ ରାତିରେ ଆଇଁଠାପାଲି ଥାନା ହାଜତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଅବିନାଶ ମୁଣ୍ଡା। ଘର ଭାଲୁପାଲିରେ।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ଭାଲୁପାଲିର ରୟାଲ ରିଟ୍ରିଟ୍‌ ମଣ୍ଡପରେ ମୁଦିପଡ଼ା ନିବାସୀ ରଞ୍ଜନ କୁମାର ପଣ୍ଡାଙ୍କ ଝିଅ ବାହାଘର ମଙ୍ଗଳବାର ରାତିରେ ହୋଇଥିଲେ। ଏହି ବାହାଘରରେ ବହୁ ସଂଖ୍ୟାରେ ଅତିଥିମାନେ ଯୋଗଦେଇ ଉପହାର ଭାବେ ଅନେକ ଟଙ୍କା, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ କନ୍ୟାକୁ ପ୍ରଦାନ କରିଥିଲେ।

ରାତିରେ ବାହାଘର ଆରମ୍ଭ ହେବା ପରେ କନ୍ୟାଘରର ଲୋକେ ଏହି ସବୁ ସାମଗ୍ରୀ ଗୋଟିଏ କୋଠରୀରେ ରଖି ତଲା ପକାଇ ବାହାବେଦୀକୁ ଚାଲିଯାଇଥିଲେ। ପରେ ରାତି ୧୨ଟାରେ ଏହିସବୁ ସାମଗ୍ରୀ ଚୋରି ହୋଇଯାଇଥିଲା। ଏ ନେଇ କନ୍ୟା ପିତା ବୁଧବାର ଅଇଁଠାପାଲି ଥାନାରେ ଏତଲା ଦେଇଥିଲେ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସନ୍ଦେହରେ ଭାଲୁପାଲିର ଅବିନାଶ ମୁଣ୍ଡାକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା। ଗୁରୁବାର ରାତିରେ ଅବିନାଶ ମୁଣ୍ଡା ପାଖରେ ଥିବା ବେଡ୍‌ସିଟ୍‌କୁ ହାଜତ ରେଲିଂରେ ଟାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ବିଳମ୍ବିତ ରାତିରେ ତା’ର ମୃତ୍ୟୁ ହୋଇଯାଇଛି। ଖବର ପାଇ ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରାଙ୍କ ସମେତ ଅଇଁଠାପାଲି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ହସ୍ପିଟାଲରେ ପହଞ୍ଚି ଶବ ପଞ୍ଚନାମା କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe