ଶ୍ବଶୁର ଘରେ ପହଞ୍ଚି ପାରିଲେନି ଜ୍ବାଇଁ, ବାଟରେ ଚାଲିଗଲା ଜୀବନ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଘଟଗାଁ : ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ିଛକ ନିକଟରେ ଆଜି ସକାଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କେନ୍ଦୁଝର ପବିତ୍ରଡିହାର ମନମୋହନ ଦାସ। ମନମୋହନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଇକ୍‌ (ଓଡି-୦୯-ଡବ୍ଲୁ-୪୭୭୯)ରେ ଶ୍ବଶୁରଘର ଯାଜପୁରରୋଡ ଯାଉଥିଲେ।

ବାଲିଯୋଡ଼ି ନିକଟରେ ସମ୍ମୁଖରେ ଯାଉଥିବା ଏକ ଗାଡ଼ି ହଠାତ୍‌ ବ୍ରେକ୍‌ ମାରିଥିଲା। ବାଇକ୍‌ଟି ଉକ୍ତ ଗାଡ଼ି ପଛରେ ପିଟି ହେବାରୁ ମନମୋହନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଗାଁ ଥାନା ଏସ୍‌ଆଇ ତପନ କୁମାର ଜେନା ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ପଠାଇଥିଲେ। ସେଠାରୁ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe