ବଜ୍ରାପାତରେ ଯୁବକଙ୍କ ମୃତ୍ୟୁ

Advertisment
ବଜ୍ରାପାତରେ ଯୁବକଙ୍କ ମୃତ୍ୟୁ

ଧର୍ମଶାଳା:ଧର୍ମଶାଳା ବ୍ଲକ ଆରୁହା ଗ୍ରାମର ଅନୀଲ୍ କୁମାର ଦାସ(୩୪)ଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି। ଆଜି ସକାଳେ ନୃସିଂହ ଚରଣ ଦାସଙ୍କ ପୁଅ ଅନୀଲ୍ ଗାଁ ନିକଟ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ହଠାତ୍ ତାଙ୍କ ଉପରେ ବଜ୍ରପାତ ହେବାରୁ ସେ ଗୁରୁତର ହୋଇ ଚେତା ହରାଇଥିଲେ। ନିକଟରେ କାମ କରୁଥିବା ଚାଷୀଙ୍କଠାରୁ ଖବର ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ପରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ହୋଇ ମୃତଦେହ ଘରକୁ ଫେରିବା ପରେ ଗ୍ରାମରେ ଶେଷକୃତ୍ୟ କରାଯାଇଥିଲା। ସାନଭାଇ ଦୀପକ କୁମାର ସାମଲ ମୁଖାଗ୍ନି ଦେଇଥିଲେ। ସେ ଜଣେ ଆଗୁଆ ଚାଷୀ ଥିଲେ। ତାଙ୍କ ବିୟୋଗରେ ସାମାଜିକ କର୍ମୀ ମନୋରଞ୍ଜନ ଜେନା, ଯୁବନେତା ଶଶୀକାନ୍ତ ସାମଲ, ମନୋଜ ସାମଲ, ରତିକାନ୍ତ ସାମଲ, ଯତୀନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୃତ ଅନୀଲଙ୍କ ପତ୍ନୀ ଓ ଏକ ଛୋଟ ପୁଅ ଅଛନ୍ତି। ତାଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe