ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ବର୍ଷେ ତଳେ ସ୍ତ୍ରୀ ମରିଥିଲେ,ଏବେ ୪ ବର୍ଷର ଶିଶୁପୁତ୍ର ଅନାଥ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମତରା ଗ୍ରାମର ବୈକୁଣ୍ଠ ବାଗଙ୍କ ପୁଅ ବେଣୁ ବାଗ (୨୯ବର୍ଷ)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବେଣୁ କୌଣସି କାମରେ ଯାଇ ଗୁରୁବାର ରାତିରେ ବାଇକ୍‌ (ଓଡି୨୬ - ୭୫୪୬)ରେ ଘରକୁ ଫେରୁଥିଲେ। ଏହି ସମୟରେ ଜାମତରା ଗ୍ରାମର ନର୍ସରି ନିକଟରେ କୌଣସି କାରଣରୁ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଘରଲୋକେ ଖବର ପାଇ ୧୦୮ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଥିଲେ।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାର ଲୋକେ ଗାଁକୁ ମୃତଦେହ ଆଣି ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ପ୍ରକାଶ ଥାଉକି ମୃତ ବେଣୁଙ୍କ ସ୍ତ୍ରୀ ଗତବର୍ଷ ପ୍ରାଣ ହରାଇଥିଲେ। ଏବେ ବେଣୁଙ୍କ ମୃତ୍ୟୁ ପରେ ତାଙ୍କ ୪ ବର୍ଷର ଶିଶୁପୁତ୍ର ଅନାଥ ହୋଇ ଯାଇଛି। ସେ ଏବେ ନିଜ ଜେଜେମା’ ଓ ଜେଜେବାପାଙ୍କ ପାଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe