ବାଇକ ଦୁର୍ଘଟଣାରେ ଯୁବକ ମୃତ

Advertisment
ବାଇକ ଦୁର୍ଘଟଣାରେ ଯୁବକ ମୃତ

ରତ୍ନଗିରି: ବରୀ ଥାନା ଅନ୍ତର୍ଗତ ମନ୍ଦାରୀ ଗ୍ରାମର ପ୍ରଦୀପ କୁମାର ଜେନାଙ୍କ ଏକମାତ୍ର ପୁଅ ପ୍ରିୟାଂଶୁଙ୍କର ଏକ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବ୍ୟାସନଗରସ୍ଥିତ ଏକ ଘରୋଇ କଲେଜରେ ପଢୁଥିବା ପ୍ରିୟାଂଶୁ ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୭୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ପରୀକ୍ଷାରେ ପାସ୍‌ କରିଥିବାରୁ ପଡ଼ୋଶୀଙ୍କ ପାଇଁ ମିଠା ଆଣିବାକୁ ଅଜାଣ ବଜାରକୁ ଯାଉଥିଲେ। କିଛିଦୂର ହାଟସାହି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍‌ରୁ ଛଟିକି ପଡ଼ି ସେ ଗୁରୁତର ଆହତ ହୋଇଥିଲେ।

ଗୋଟିଏ ଗୋଡ଼ ଭାଙ୍ଗିବା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପ୍ରଥମେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଘରକୁ ଫେରି ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଛାତି ଓ ମୁଣ୍ତରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅକୁ ହରାଇ ବାପାମାଆ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe