ଗଛରେ ପିଟିହେଲା ବାଇକ୍‌, ଜଣେ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ପଦ୍ମପୁର: ଭାରସାମ୍ୟ ହରାଇ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।   ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ଲମ୍ବୋଦର ମହାନ୍ତଙ୍କ ପୁଅ ନାଣ୍ତୁ ମହାନ୍ତ।

ଆହତ ଦ୍ବୟ ହେଲେ ସେହି ଗ୍ରାମର ବନ୍ନି ମହାନ୍ତ, ସଚିନ୍ ମହାନ୍ତ। ଏମାନେ ବାଉରିପଦାରୁ  ବାଉରିପଦା-ମନୋହରପୁର ରାସ୍ତା ଦେଇ ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।  ବାଇକ୍ ଚଲାଉଥିବା ନାଣ୍ଡୁର ଛାତିରେ ଆଘାତ ଲାଗିଥିଲା। ଅନ୍ୟ ଦୁଇ ସାଥୀ  ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ଡାକ୍ତର ନାଣ୍ତୁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe