ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Advertisment
ବଜ୍ରପାତରେ ଜଣେ ମୃତ

The Indian Express

ଦଶରଥପୁର: ମଙ୍ଗଳପୁର-ଯାଜପୁର ରାସ୍ତାରେ ଝୁମ୍ପରୀ ବଜାର ପେଟ୍ରୋଲ ପମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତ ଯୁବକ ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ କସବା ଗ୍ରାମର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସାନପୁଅ ମାନସ ଦାସ(୨୫)।

ଗତକାଲି ଜଣେ ସଂପର୍କୀୟଙ୍କ ସହିତ ସେ ଯାଜପୁର ଅଭିମୁଖେ ବାଇକରେ ଯାଉଥିଲେ। ଝୁମ୍ପରୀ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ରଖାଯାଇଥିବା ଲୁହାପାଇପରେ ପିଟିହୋଇଯାଇଥିଲେ। ସ୍ଥାନୀୟ ଲୋକେ ମାନସ ଓ ତାଙ୍କ ସଂପର୍କୀୟ ତ୍ରିଲୋଚନ ଦାସଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ମାନସଙ୍କର ମୃତ୍ୟୁ ହୋଇଥିଲା। ତ୍ରିଲୋଚନ ସୁସ୍ଥ ଥିବାର ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe