new indian express
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେତାଙ୍ଗ ଗ୍ରାମରେ ଆଜି ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର କବିବର ନାଏକ (୪୨)। ସେ ନିଜ ଶ୍ବଶୁରଘର ଟାଙ୍ଗରପଡ଼ା ଗ୍ରାମକୁ ଆଜି ପତ୍ନୀଙ୍କ ସହିତ ଯିବାପାଇଁ ବାହାରି ଥିଲେ। ଘରର ଲୁହା କବାଟ ବନ୍ଦ କରିବାବେଳେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us