ସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁହୁରାପଡ଼ାରେ ରହୁଥିବା ଚିଣ୍ଟୁ ଲୁହା (୨୪)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଗତ  ୩  ତାରିଖ ସନ୍ଧ୍ୟାରେ ସେ ଶୋଇଥିବା ବେଳେ ଏକ ସାପ କାମୁଡି ଥିଲା। ସାପ କାମୁଡ଼ିବା ଜାଣି ଉଠିପଡ଼ି ସେ ସାପକୁ ମାରି ଦେଇ ପୁନର୍ବାର ଶୋଇଯାଇଥିଲେ।

ରାତିରେ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ସକାଳୁ ତାଙ୍କ ମୃତ୍ୟୁ ଘଟିଥିଲା। ରାମପୁର ଫାଣ୍ଡି ଅଧିକାରୀ ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe