ସାପ କାମୁଡ଼ାରେ ଯୁବକ ମୃତ

Advertisment
ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ନାକଟିଦେଉଳ: ନାକଟିଦେଉଳ ବ୍ଲକ୍‌ କିସିଣ୍ଡା ଥାନା ସୁକାକାନୀ ଗ୍ରାମରେ କିଶୋର ଯୋଜ (୨୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶନିବାର ରାତିରେ କିଶୋର ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ କିସିଣ୍ଡା ପୁଲିସ ରେଢ଼ାଖୋଲ ଡାକ୍ତରଖାନାରେ ପହଂଚି ଶବର ସରଜମିନ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠେଇଥିଲା।

ତେବେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୁଲିସ ପ୍ରକାଶ କରିଛି। ମୃତ କିଶୋରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ତାଙ୍କର ତିନୋଟି ଛୋଟ ଛୋଟ ଛୁଆ ଥିବାରୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe