ସାପ କାମୁଡ଼ାରେ ଜଣେ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ତେଲକୋଇ : ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ପଞ୍ଚାୟତ ବିରିଗୋଡ଼ା ସାହିରେ ଗତକାଲି ରାତିରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସ୍ବର୍ଗତ ଲୋଚନ ମହାକୁଡ଼ଙ୍କ ପୁଅ କ୍ଷେତ୍ର ମହାକୁଡ଼ (୫୫)। କ୍ଷେତ୍ର ଘର ବାରଣ୍ଡାରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଏକ ପାହାଡ଼ିଆ ଚିତିସାପ ତାଙ୍କୁ କାମୁଡ଼ି ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ରାତି ପ୍ରାୟ ୨ଟାବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମାସେ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ସାପ କାମୁଡାରେ ୭ଜଣଙ୍କ ଜୀବନ ଗଲାଣି। ସାପ କାମୁଡ଼ିଥିବା ଜାଣିବା ପରେ ମଧ୍ୟ ଲୋକେ ତୁରନ୍ତ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଗୁଣିଗାରେଡ଼ିକୁ ପ୍ରାଥମିକତା ଦେଉଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe