ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

Advertisment
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ବ୍ୟାସନଗର: ଯାଜପୁରରୋଡ ରେଳବାଇ ଥାନା ଅନ୍ତର୍ଗତ ପାଟୁଳି ଓଭରବ୍ରିଜ ନିକଟରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ କୁଆଖିଆ ଥାନା ଅନ୍ତର୍ଗତ ପୋଡ଼ପୋଡ଼ା ଗ୍ରାମର ଦୋଳଗୋବିନ୍ଦ ବାରିକଙ୍କ ପୁଅ ସଚିନ ତାନବୀର (୩୫)। ତେବେ ସଚିନଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ତାହା ସ୍ପ‌ଷ୍ଟ ହୋଇନାହିଁ।

ଯାଜପୁରରୋଡ ଜିଆରପି ଅଧିକାରୀ ପପୁ କୁମାର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛନ୍ତି। ଏନେଇ କେସ୍‌ ନମ୍ବର ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe