ବିବାହ ଉତ୍ସବକୁ ଯାଇ ଫେରିଲେନି, ନାଳରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Advertisment
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ଦଶରଥପୁର : ମଙ୍ଗଳପୁର ଥାନା କୟାଁ ପଞ୍ଚାୟତ ଧରମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଥିବା କୁହୁଡ଼ିଆ ନାଳରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ କମାରଡିହ ପଞ୍ଚାୟତ ଇଟାପଡ଼ା ଗ୍ରାମର ସୁରେନ୍ଦ୍ର ବାରିକଙ୍କ ପୁଅ ଅକ୍ଷୟ କୁମାର ବାରିକ(୨୫) ବୋଲି ଜଣାପଡ଼ିଛି। ଆଜି ଅପରାହ୍‌ଣ ୪ଟାରେ ମୃତଦେହ ବୈତରଣୀର ନଦୀରେ ସଂଯୋଗ ହୋଇଥିବା ନାଳରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ମଂଗଳପୁର ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ଅକ୍ଷୟ ଗତକାଲି ଏକ ବିବାହ ଉତ୍ସବରେ ଯୋଗଦେବାକୁ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ତାଙ୍କୁ ନାଳ ନକଟରେ ପୋଲ ଉପରେ ସାଙ୍ଗମାନଙ୍କ ସହ ବସିଥିବାର ଦେଖିଥିଲେ। ଆଜି ତାଙ୍କର ମୃତଦେହ ମିଳିବାପରେ ମୃତ୍ୟୁର କାରଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଆଇଆଇସି ରୀନାରାଣୀ ସାହୁ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe