Image Courtesy of India Today
ବାମରା: ବାମରା ବ୍ଲକ ସଗରା ପଞ୍ଚାୟତ ବୁଣ୍ଡୁକାମାଲ ଗ୍ରାମର ଶ୍ରୀକାନ୍ତ ରଣା (୩୧)ଓରଫ କୁନ୍ଦା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। କୁନ୍ଦା ଗୁରୁବାର ଦିନ ସାରା ନିଜ ଧାନ କ୍ଷେତରେ କାମ କରିବା ପରେ ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ଘରଲୋକେ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶୁକ୍ରବାର ସକାଳୁ ଗ୍ରାମର କେତେକ ପିଲା ସେହି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ।
ପରେ ଘର ଲୋକେ ଆସି ଶ୍ରୀକାନ୍ତଙ୍କ ଶବକୁ ଚିହ୍ନଟ କରିଥିଲେ। ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଶବକୁ କୁଚିଣ୍ଡା ଡାକ୍ତରଖାନା ପଠାଇଥିଲେ। ସନ୍ଧ୍ୟାରେ ଶୋକକୁଳ ପରିବେଶ ମଧ୍ୟରେ ମୃତକଙ୍କ ଶବ ସତ୍କାର କରାଯାଇଥିଲା।
Follow Us