ନାଳାରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

sisat

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ବ୍ଲକ୍‌ ମାଝିମୁଣ୍ଡା ଗ୍ରାମରେ ଗୁରୁବାର ଅପରାହ୍ନରେ ପାଣିରେ ବୁଡ଼ି ପ୍ରଶାନ୍ତ ପାଣ୍ଡେ(୨୭) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନାରୁ ପ୍ରକାଶ, ମାଝିମୁଣ୍ଡା ଗ୍ରାମର ବ୍ରଜନାଥ ପାଣ୍ଡେଙ୍କ ପୁଅ ପ୍ରଶାନ୍ତ ଅପରାହ୍ନ ୫ ଟାରେ ନିକଟସ୍ଥ ଧର୍ମଦାଣ୍ଡି ନାଳାର ଚେକଡ୍ୟାମକୁ ଗାଧୋଇବାକୁ ଯାଇଥିଲେ।

ତାଙ୍କ ସାଙ୍ଗରେ ଆଉ ୩ ଜଣ ମଧ୍ୟ ଉକ୍ତ ଚେକଡ୍ୟାମରେ ଗାଧୋଉଥିଲେ। ତନ୍ମଧ୍ୟରୁ ଜଣେ ବୁଡ଼ିଯାଉଥିବା ଜାଣି ପ୍ରଶାନ୍ତ ତାକୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ସେ ନିଜେ ପାଣିରେ ବୁଡ଼ିଯାଇଥିଲେ। ଅନ୍ୟମାନେ ସୁସ୍ଥ ଥିବା ପ୍ରକାଶ। ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ଅଧିକାରୀ ପ୍ରଭାକର ପ୍ରଧାନ ନିଜ ସହକର୍ମୀମାନଙ୍କ ସହ ଘଟଣାସ୍ଥଳକୁ ଯାଇ ପାଣିରୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ପ୍ରଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe