ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ରାଉରକେଲା: ମୋଟରବାଇକ୍‌ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବିଶ୍ରା ଆସିଆନା କଲୋନିର ରାଜନ ସାହା। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ମୁତାବକ ରାଜନ ଗତ କିଛି ମାସ ଧରି ବିଶ୍ରା ଆସିଆନା କଲୋନିରେ ରହୁଥିଲେ। ବିଶ୍ରାର ଏକ ଆଲମିରା କାରଖାନାରେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୧୦ଟାରେ କାମ ସାରି ଘରକୁ ଫେରୁଥିଲେ। ପଛରୁ ଦ୍ରୁତ ଗତିରେ ଆସୁଥିବା ମୋଟରବାଇକ୍‌ ତାଙ୍କ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଫଳରେ ରାଜନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ହେଲେ ରାତି ରାଜନଙ୍କର ମୃତ୍ୟୁ ସଂକ୍ରାନ୍ତରେ କେହି ସୂଚନା ପାଇପାରି ନଥିଲେ। ଆଜି ସକାଳେ ରାସ୍ତା ପାର୍ଶ୍ବରେ ରାଜନଙ୍କ ଶବ ପଡିଥିବା ଦେଖି ସ୍ଥାନୀୟ ‌ଲୋକ ପୁଲିସକୁ ସୂଚନା ଦେଇଥିଲେ। ହେଲେ ପୁଲିସ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe