ଡାଲା ଅଟୋ ଓଲଟି ଯୁବକ ମୃତ

Advertisment
ଡାଲା ଅଟୋ ଓଲଟି ଯୁବକ ମୃତ

ନିରାକାରପୁର: ଏକ ଡାଲା ଅଟୋ ଓଲଟି ଆଜି ଅପରାହ୍ନରେ ଜଣେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ଅଧିନସ୍ଥ ନରେନ୍ଦ୍ରପୁରସାହିର ଲକ୍ଷ୍ମୀଧର ବେହେରାଙ୍କ ସାନପୁଅ ବୁଲୁ ବେହେରା (୪୫)।

ଘଟଣାରୁ ଜଣାପଡିଛିଯେ ବୁଲୁ ନିରାକାରପୁର ଅଶୋକାଯାତ୍ରାରେ ଏକ ଚାଟ ଦୋକାନ କରିଥିଲେ। ଯାତ୍ରା ଶେଷ ହୋଇଯିବାପରେ ଦୋକାନ ଭାଙ୍ଗି ଭଡାରେ ଆଣିଥିବା ଟେଣ୍ଟ ସାମଗ୍ରୀ ଫେରାଇବା ନିମନ୍ତେ ରାମେଶ୍ୱର ପଞ୍ଚାୟତ ଅଧୀନସ୍ଥ ତାଳପଡ଼ା ଗ୍ରାମକୁ ଉକ୍ତ ସାମଗ୍ରୀ ଏକ ଡାଲା ଅଟୋରେ ଫେରାଇବାକୁ ଯାଉଥିଲେ। ରାସ୍ତାରେ ଯିବାବେଳେ ମିରିଗଦୟଣୀ ଓ ତାଳପଡା ମଧ୍ୟବର୍ତ୍ତୀ ଅଂଚଳରେ ଥିବା ବୁଲାଣି ରେ କୌଣସି ଅସାବଧାନତା ବଶତଃ ଅଟଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡି ସନିକଟରେ ଥିବା ଏକ ଗଛରେ ମାଡ଼ ହୋଇଥିଲା । ଫଳରେ ଉକ୍ତ ଗାଡିଡାଲାରେ ଥିବା ବୁଲୁ ତଳକୁ ଖସିପଡିବ କାରଣରୁ ତାଙ୍କ କାନରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗି କାନରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ସେମାନଙ୍କ ପାଟିଶୁଣି ସ୍ଥାନୀୟ କିଛି ଯୁବକ ପହଂଚି ବୁଲୁକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ହେଲେ ଗାଡିର ଚାଳକ ଅଳ୍ପକେ ବର୍ତ୍ତୀଯାଇଥିବା ଜଣାଯାଇଛି। ଆସନ୍ତାକାଲି ଶବବ୍ୟବଛେଦ ପରେ ମୃତଦେହ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ମୃତକ ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe