image source--indiatoday
ବେଗୁନିଆପଡ଼ା : ଲକ୍ଡାଉନ୍ ଓ ୧୯ ଘଣ୍ଟିଆ ସଟ୍ଡାଉନ୍ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ଖଣ୍ଡିଆନଇ ପଞ୍ଚାୟତର ତିରିଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ୍କୁ ପୁଲିସ ଭ୍ୟାନ୍ ଭାବି ଧାଇଁ ପଳାଉଥିବା ସମୟରେ ଗ୍ରାମର କୃଷ୍ଣ ବେହେରା (୫୧) ନାମକ ଜଣେ ହୃଦ୍ରୋଗୀଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣ ୩ଟା ସମୟରେ କୃଷ୍ଣ ବସିଥିବା ସମୟରେ ସାହିର କିଛି ଦୂରରୁ ଏକ ଆମ୍ବୁଲାନ୍ସ୍ର ସାଇରନ୍ ଶୁଭିଥିଲା। କିନ୍ତୁ ଏହାକୁ ସେ ପୁଲିସ ଭ୍ୟାନ୍ ବୋଲି ଭୟରେ ଘରକୁ ଦୌଡ଼ି ପଳାଇଥିଲେ। ଭାରସାମ୍ୟ ହରାଇ ପାଣି ବୋତଲକୁ ତାଙ୍କ ଗୋଡ଼ ବାଜିବାରୁ ସେ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ମୁହଁରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
Follow Us