Advertisment

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଭବାନୀପାଟଣା ଜେଲରେ ଥିବା ବିଚାରାଧୀନ କଏଦୀ ହୃଦୟ ପୋଢ଼ (୪୫) ଗୁରୁବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ହେବା ପରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ କଏଦୀଙ୍କ ଘର କେସିଙ୍ଗା ଥାନା ପଥର୍ଲା ପଞ୍ଚାୟତ ବାହାଦୂରପଦର ଅଟେ। ଅନ୍ୟପକ୍ଷରେ ଏହା ମୃତ୍ୟୁ ନୁହେଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ପରିବାର ଲୋକ ଦାବି କରିଛନ୍ତି। ମୃତକଙ୍କ ପରିବାରଙ୍କୁ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପରିବାରବର୍ଗଙ୍କ ଉତ୍ତେଜନା ଲାଗି ରହିଥିବାବେଳେ ଭବାନୀପାଟଣା ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe