ବାଇକ୍ ଧକ୍କାରେ ସାଇକଲ ଆରୋହୀ ମୃତ

ସର୍ପାଘାତରେ ନାବାଳିକା ମୃତ

ବ୍ରଜରାଜନଗର: ବାଇକ ଧକ୍କାରେ ସାଇକଲ ଆରୋହୀ ଛତ୍ରାନନ୍ଦ ମେହେରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସା‌ରେ, ବ୍ରଜରାଜନଗର ଥାନା ରାଜପୁର ମେହେରପଡ଼ାର ଛତ୍ରାନନ୍ଦ ବୁଧବାର ସଂଧ୍ୟା ୬ଟାରେ ବସୁନ୍ଧରା ନଦୀରୁ ଶୌଚ ସାରି ସାଇକଲରେ ଫେରୁଥିବା ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଛତ୍ରାନନ୍ଦ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ୭.୩୦ମି.ରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗାନ୍ଧିଛକ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ଅନୁସନ୍ଧାନ କରୁଛି। ଦୁର୍ଘଟଣା ଘଟିଥିବା ବାଇକ ଚାଳକ ବାରଖଣ୍ଡିଆ କଦେଲମୁଣ୍ଡାର ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe