ଚଳନ୍ତା ବସ୍‌ରେ ଯାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଦେବଗଡ଼: ମୃତ୍ୟୁ ଏମିତି ବି ଆସେ। ଚଳନ୍ତା ବସ୍‌ରେ ବୁଧବାର ଜଣେ ଯାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ କେଲଡା ଗ୍ରାମର ରୁକ୍ମଣ ବାଘ (୩୨)।

ସୂଚନା ଅନୁଯାୟୀ, ରୁକ୍ମଣ ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ କେନ୍ଦୁଝର ଜିଲ୍ଲା ତେଲକୋଇ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯୋଗ‌େ ନିଜ ଘରକୁ ଫେରୁଥିବା ବେଳେ ବସିଥିବା ସିଟ୍‌ରେ ଅଚେତ ହୋଇ ପଡିଥିଲେ। ଦେବଗଡ଼ ବସଷ୍ଟାଣ୍ଡରେ ବସ୍‌ କର୍ମଚାରୀ ଏ ସମ୍ପର୍କରେ ଜାଣି ପାରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଛି। ଖବରପାଇ ଦେବଗଡ଼ ଥାନା ପୁଲିସ ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe