ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଧର୍ମଶାଳା: ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଶଙ୍ଖାରିଡିହ(ଟିକରସାହି) ଗ୍ରାମର ଶ୍ରମିକ ରଞ୍ଜନ ସାମଲ(୪୦)ଙ୍କର ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଏହି ଗ୍ରାମର ବୀର ସାମଲଙ୍କ ପୁଅ ରଞ୍ଜନ ମଧ୍ୟାହ୍ନରେ ଘରେ ବିଦ୍ୟୁତ୍ ବୋର୍ଡରେ ପ୍ଲକ୍ ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ବିଶ୍ବାସ ନକରି ସଂପର୍କୀୟମାନେ ରଞ୍ଜନଙ୍କୁ ଜାରକା ଓ ପରେ ନେଉଳପୁରର ଘରୋଇ ଡାକ୍ତରଖାନାକୁ ପରୀକ୍ଷା ପାଇଁ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯିବା ପରେ ମୃତଦେହକୁ ପୁଣି ଧର୍ମଶାଳା ଡାକ୍ତରଖାନାକୁ ଫେରାଇ ଅଣାଯାଇଥିଲା। ଖବର ପାଇ ପୁଲିସ୍‌ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe