Image Courtesy of India Today
ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବକୁଲବା ଗ୍ରାମର ଜନୈକ ୧୮ ବର୍ଷୀୟ ଯୁବକଙ୍କ ମଙ୍ଗଳବାର ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରୋଶନ ଭୁଏ (ଚଏତୁ)। ଆଜି ଅପରାହ୍ନ ୪ଟା ୨୦ ମିନିଟ୍ ସମୟରେ ରୋସନ ଦେବକୁଲବାସ୍ଥିତ ବନ୍ଧକୁ ଯାଉଥିଲେ।
ଏହି ସମୟରେ ଅଚାନକ ଅଦିନିଆ ଝଡ଼ବର୍ଷା ହେବାରୁ ସେଠାରେ ଥିବା ଏକ ବରଗଛ ମୂଳରେ ସେ ଆଶ୍ରୟ ନେଇଥିଲେ। ହଠାତ୍ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡିଯାଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭେଡ଼େନ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭେଡ଼େନ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଭେଡ଼େନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us