ବଜ୍ରାଘାତରେ ଜୀବନ ଗଲା, ଶ୍ବଶୁରଙ୍କ ଆଗରେ ଟଳି ପଡ଼ିଲେ ଜ୍ବାଇଁ

Advertisment
ବଜ୍ରାଘାତରେ ଜୀବନ ଗଲା, ଶ୍ବଶୁରଙ୍କ ଆଗରେ ଟଳି ପଡ଼ିଲେ ଜ୍ବାଇଁ

Shutterstock

ବେତନଟୀ: ଆଜି ବେତନଟୀ ବ୍ଲକ୍‌ ପୁରିନ୍ଦା ଗ୍ରାମର ସରୋଜ ମହାନ୍ତଙ୍କ ବିଲରେ ଭଦ୍ରାଶୋଳ ଗ୍ରାମର ମଥୁରା ମହାନ୍ତ, ତାଙ୍କ ଜ୍ବାଇଁ ମୃତ୍ୟୁଞ୍ଜୟ ମହାନ୍ତ ଓରଫ ଛୋଟୁ (୨୫) ଓ ଅନ୍ୟ ଶ୍ରମିକମାନେ କାମ କରୁଥିଲେ। ତେବେ ହଠାତ୍‌ ବର୍ଷା ଘଡ଼ଘଡ଼ି ସହ କଳାହାଣ୍ତିଆ ମେଘ ଘୋଟି ଆସିବାରୁ ସେମାନେ ସମସ୍ତେ ସୁରକ୍ଷିତ ସ୍ଥାନକୁ ଯିବାକୁ ବିଲରୁ ଉଠି ଆସିଥିଲେ। ହେଲେ କିଛି ବାଟ ଆସିଛନ୍ତି କି ନାହିଁ ଶ୍ବଶୁର ମଥୁରାଙ୍କ ଆଖି ଆଗରେ ଜ୍ବାଇଁ ମୃତ୍ୟୁଞ୍ଜୟଙ୍କ ଉପରେ ପଡ଼ିଥିଲା ବଜ୍ର। ସେ ଚେତାଶୂନ୍ୟ ହୋଇ ବିଲ ହିଡ଼ରେ ଟଳି ପଡ଼ିଥିଲେ।

ଅନ୍ୟ ଶ୍ରମିକମାନଙ୍କ ସହାୟତାରେ ଜ୍ବାଇଁଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ ମଥୁରା। ପରେ ୧୦୮ ଆମ୍ବୁଲାନ୍‌ସ ଯୋଗେ ତାଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେତନଟୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ; ୪ ମାସ ତଳେ ମଥୁରାଙ୍କ ଝିଅଙ୍କୁ ବିବାହ କରିଥିଲେ ମୋରଡ଼ା ବ୍ଲକ୍‌ ଚିତ୍ରଡ଼ା ଗ୍ରାମର ମୃତ୍ୟୁଞ୍ଜୟ। ଖଟିଖିଆ ଶ୍ରେଣୀର ହୋଇଥିବାରୁ ପତ୍ନୀଙ୍କୁ ନେଇ କାମଧନ୍ଦା ପାଇଁ କିଛିଦିନ ତଳେ ଶ୍ବଶୁର ଘରକୁ ଆସିଥିଲେ ମୃତ୍ୟୁଞ୍ଜୟ। ସେ ଆଜି ନିଜ ଶ୍ବଶୁରଙ୍କ ସହ କାମ କରିବାକୁ ଆସିଥିବା ବେଳେ ତାଙ୍କ ପତ୍ନୀ ଗ୍ରାମର ଅନ୍ୟ ମହିଳାମାନଙ୍କ ବାଲେଶ୍ବର ଜିଲ୍ଲାକୁ କାମ କରିବାକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe