କୂଅ ସଫେଇବେଳେ ଜଣେ ମୃତ

Advertisment
ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ଚଣ୍ଡିଖୋଲ: ନଳିପୁର ପଞ୍ଚାୟତ ଅହମଦ ନଗର ଗ୍ରାମରେ ଦୀର୍ଘବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅ ସଫେଇ କରୁଥିବାବେଳେ ଅଣନିଶ୍ୱାସୀ ହୋଇ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ପଞ୍ଚାୟତ ଧାଉଡ଼ିଆପଦା ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ର (୪୫)। ନଳିପୁର ପଞ୍ଚାୟତ ଅହମଦନଗର ଗ୍ରାମର ଅଜିମୁଦ୍ଦିନଙ୍କ କୂଅକୁ ଆଜି ସକାଳେ କୃଷ୍ଣଚନ୍ଦ୍ର ସଫେଇ କରୁଥିଲେ। କୂଅ ଭିତରେ ପଶିଥିବା ସମୟରେ ଶ୍ବାସରୁଦ୍ଧ ହୋଇ ସେହି ଭିତରେ ସଂଜ୍ଞାହୀନ ହୋଇପଡ଼ିଥିଲେ।

ମାଲିକ ଓ ଅନ୍ୟମାନେ ଏହା ଜାଣିବା ପରେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରି ତୁରନ୍ତ ଛତା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡେରାବିଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତୁରନ୍ତ ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe