ଟ୍ରକ୍ ପଛରେ ପିଟିହେଲା ବାଇକ୍, ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ର ଗାଈଗାଁ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଏଥିରେ କେସିଙ୍ଗା ବ୍ଲକ୍‌ ଚାଞ୍ଚେର ଗ୍ରାମର ଘନ ମାଝୀ (୨୫ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ବଳ ମାଝୀ (୨୨ବର୍ଷ) ଗୁରୁତର ଆହତ ହୋଇଛନ୍ତି। ସୂଚନାମତେ, ଟ୍ରକ୍‌ (ଓଡି ୦୭ ଏସ୍-୬୪୦୮)ଟି ଭବାନୀପାଟଣାରୁ କେସିଙ୍ଗା ପଟକୁ ଆସୁଥିଲା।

ସେହି ସମୟରେ ବାଇକ୍‌ (ଓଆର୍ ୦୮ଏଫ୍ ୯୪୬୮)ରେ ଉକ୍ତ ଯୁବକ ଦ୍ବୟ ପଛରେ ଆସୁଥିବା ବେଳେ ଗାଈଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ ପଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ଘନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଥିବା ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe