କୂଅ ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ

Advertisment
କୂଅ ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ

ବୁଗୁଡ଼ା: କୂଅ ସଫା କରିବାକୁ ଯାଇ କୂଅ ଭିତରେ ଚାଲିଯାଇଛି ଶ୍ରମିକଙ୍କ ଜୀବନ। ଏପରି ଏକ ଦୁଖଃଦ ଘଟଣା ଘଟିଛି ବୁଗୁଡ଼ା ସହର ଅନ୍ନପୂର୍ଣ୍ଣାନଗର ଦ୍ଵିତୀୟ ଲାଇନ ଶ୍ରୀକୃଷ୍ଣନଗରରେ। ମୃତକ ହେଲେ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ(୫୫)। ସେହି ସାହିର ହରିହର ପାତ୍ରଙ୍କ ନବନିର୍ମିତ ଘର ଭିତରେ ଥିବା ଏକ ୩ ଫୁଟିଆ ନନ୍ଦ କୂଅକୁ ସଫା କରିବା ପାଇଁ ଆଜି ଦିନ ୧୧ ସମୟରେ ଧୋବାଙ୍କ ସହ ଖାଦାଳ ସାହାଣୀ ଓ ମନୁ ସେଠୀ ଆସିଥିଲେ। ପ୍ରଥମେ ମନୁ ମଟର ଲଗାଇ ପାଣି ଖାଲି କରିବା ପରେ ଧୋବା କୂଅ ଭିତରେ ପଶି କୂଅ ଭିତରେ ପଡ଼ିଥିବା ପଥର ଓ ମାଟି ଆଦି ବାହାର କରିଥିଲେ। କାମ ସରିବା ପରେ ଧୋବା କୂଅ ଉପରକୁ ଆସିବା ପାଇଁ ଅନ୍ୟ ୨ ସାଥି ଦଉଡ଼ି ପକାଇଥିଲେ। ହେଲେ ଧୋବା ଉପରକୁ ଆସି ନପାରି ତଳେ ପଡ଼ି ଯାଇଥିଲେ। ଖବର ପାଇ ବୁଗୁଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଧୋବାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର କାମାକ୍ଷୀ ବିଷୋୟୀ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କୂଅ ଭିତରେ ଅମ୍ଲଜାନ ଅଭାବରୁ ଧୋବାଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe