ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

Advertisment
ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

Mashable

କେନ୍ଦୁଝର: ବଜ୍ରାଘାତରେ କେନ୍ଦୁଝର ସଦର ବ୍ଲକ୍‌ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର କମଳାକାନ୍ତ ମାଝୀ (୩୦)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅୁନଯାୟୀ, କମଳାକାନ୍ତ ଆଜି ଅପରାହ୍‌ଣ ସାଢ଼େ ୩ଟାବେଳେ ଗାଁରେ ଥିବା ସ୍ବାସ୍ଥକେନ୍ଦ୍ର ଆଡ଼କୁ ଯାଇଥିଲେ। ବର୍ଷା ହେବାରୁ ସେ ଏକୁଟିଆ ଛିଡ଼ା ହୋଇଥିଲା।

ଏହି ସମୟରେ ବଜ୍ରାପାତ ହେବାରୁ ସେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ଲୋକ ତୁରନ୍ତ ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe