ସାପ କାମୁଡ଼ାରେ ବୃଦ୍ଧ ମୃତ

ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ସଚେତନ କରିବାକୁ ଉଚ୍ଚସ୍ତରୀୟ କମିଟି

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତ ତିଗିରିଆ ଗ୍ରାମରେ ସାପ କାମୁଡ଼ାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ (୬୪)। ଆଜି ସକାଳ ୮ଟାବେଳେ କୃଷ୍ଣଚନ୍ଦ୍ର ବିଲରେ ଘାସ କାଟୁଥିବା ସମୟରେ  ଏକ ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡ଼ି ଥିଲା।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛି। ଏନେଇ କେସ୍‌ ନମ୍ବର ୧୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe