ମୁଣ୍ଡରେ କାଠ ବୋଝ ଧରି ଝୁଣ୍ଟିଲେ, ଟାଙ୍ଗିଆରେ ବେକ କଟି ମୃତ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଖଜୁରୀପଡା: ଜଙ୍ଗଲରୁ କାଠ କାଟି ଫେରୁ୍‌ଥିଲେ। ‌ହେଲେ ଜାଣି ନଥିଲେ ଯେଉଁ ଟାଙ୍ଗିଆ ସବୁଦିନ ବେକରେ ପକାଇ ସେ ଜାଳ କାଠ ସଂଗ୍ରହ କରିବାକୁ ଯାଉଛନ୍ତି ସେଇ ଟାଙ୍ଗିଆ ଦିନେ ତାଙ୍କ ଜୀବନ ନେବ। ପିନ୍ଧା ଲୁଗା ଲାଗି ଝୁଣ୍ଟି ପଡ଼ିବାରୁ ଟାଙ୍ଗିଆ ଧାର ତାଙ୍କ ବେକରେ ଛେଦି ଯାଇ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଦାରୀ ପଞ୍ଚାୟତ ମଳିକ ସାହିର ଗୋବିନ୍ଦ ଚନ୍ଦ୍ର ମଳିକ (୫୫)।

ସବୁଦିନ ଭଳି ଗୋବିନ୍ଦ ଆଜି ସକାଳୁ ଘରୁ ନିକଟସ୍ଥ ଜଙ୍ଗଲରୁ ଜାଳ କାଠ ସଂଗ୍ରହ କରି ଘରକୁ ଫେରୁଥିଲେ। ବାଟରେ ପିନ୍ଧା ଲୁଗା ଗୋଡ଼ରେ ଲାଗିଯାଇଥିଲା। ଫଳରେ ଝୁଣ୍ଟି ସେ ତଳେ ପଡ଼ି ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେ ଧରିଥିବା ଟାଙ୍ଗିଆର ଧାରୁଆ ପାର୍ଶ୍ବ ବେକରେ ଲାଗି କଟି ଯାଇଥିଲା। ତଥାପି କୌଣସି ମତେ ଗୋବିନ୍ଦ କାନ୍ଧରେ ଧରିଥିବା ଏକ ଗାମୁଛାକୁ ବେକରେ ଗୁଡ଼ାଇ ପ୍ରାଣ ବିକଳରେ ଘରକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ଫେରିଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଖଜୁରୀପଡ଼ା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଖଜୁରୀପଡ଼ା ଥାନାରେ ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏସ୍‌ଆଇ ସୁଶୀଳ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe