ଦୁଇଦିନ ପୂର୍ଵରୁ ଦାଦନ ଖଟି ଘରକୁ ଫେରିଥିଲେ, ଆଜି ଦୁର୍ଘଟଣାରେ ଚାଲିଗଲା ଚୀବନ

ଦୁଇଦିନ ପୂର୍ଵରୁ ଦାଦନ ଖଟି ଘରକୁ ଫେରିଥିଲେ, ଆଜି ଦୁର୍ଘଟଣାରେ ଚାଲିଗଲା ଚୀବନ

ବିନିକା: ଝିଅ ଘରକୁ ଯିବା ହେଲା କାଳ। ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ଭାଇ ଶୁକୃ ପୋଢ଼ ଲିଖିତ ଅଭିଯୋଗ କରିଛନ୍ତିି। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝିଅ ଘର ଗାଁ ସାରଙ୍ଗପାଲିରୁ ବାଇକ ଯୋଗେ କବିରାଜ ପୋଢ଼ (୪୬) ନିଜ ଘର ବିନିକା ଥାନା ମେଘଲା ଗାଁକୁ ଫେରୁଥିଲେ। ହେଲେ ମେଘଳା ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ମେଘେଲା ରାସ୍ତାର ଵୁଲାଣିଆଠାରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ହିଁ କବିରାଜ ପୋଢ଼ଙ୍କ ମୃତ୍ୟୁ ଘଟିଥିଲା।  ଖବର ପାଇଁ ପରିବାର ଲୋକେ ବିନିକା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବିନିକା ଥାନା ଅଧୀନସ୍ଥ ଗୁନିଆ ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ ପହଞ୍ଚିଥିଲେ। ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିଵାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଗନିଆ ଫାଣ୍ଡି ଅଧିକାରୀ  ସୁଚନା ଦେଇଛନ୍ତି।
ସୁଚନା ଅନୁସାରେ, କବିରାଜ ପୋଢ଼ ଦୁଇଦିନ ପୂର୍ଵରୁ ଦାଦନ ଯାଇ ଘରକୁ ଫେରିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଝିଅ ଘରକୁ ଯାଇଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe