କେନାଲରେ ବୁଡ଼ି ଜଣେ ମୃତ

Advertisment
କେନାଲରେ ବୁଡ଼ି ଜଣେ ମୃତ

Adobe Stock

ବରପାଲି: କେନାଲ ପାଣିରେ ବୁଡ଼ିଯାଇ ବରଗଡ଼ ଜିଲ୍ଲା ବରପାଲି ଥାନା ସତଲମା ଗ୍ରାମ କୁମ୍ଭାର ପଡ଼ାର ବଲ୍ଲଭ ବଢ଼େଇ ଓରଫ ବୁଠି (୫୬ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଗୁରବାର ସନ୍ଧ୍ୟା ସମୟରେ ବୁଠି ନିଜ ଘରୁ ବାହାରି ସାଇକଲ ଯୋଗେ କୁଆଡ଼େ ଯାଇଥିଲେ। ରାତିରେ ଘରକୁ ନପେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କୌଣସି ସ୍ଥାନରେ ନପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲା।

ପରେ ନିକଟସ୍ଥ ମୁଖ୍ୟ କେନାଲ ଘାଟରେ ତାଙ୍କ ବ୍ୟବହୃତ ଗାମୁଛା ଓ ଚପଲ ରହିଥିବା ପରିବାର ଲୋକେ ଦେଖିଥିଲେ। ଏଣୁ ସେ କେନାଲ ପାଣିରେ ବୁଡ଼ିଯାଇଥିବା ଅନୁମାନ କରିଥିଲେ। ଏନେଇ ମୁଖ୍ୟ କେନାଲ ପାଣିକୁ କମାଇବା ପାଇଁ କେନାଲ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବାରୁ କିଛି ମାତ୍ରାରେ ପାଣି କମାଇଦିଆଯାଇଥିଲା। ଖବର ପାଇ ବରପାଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଖୋଜାଖୋଜି କରିଥିଲେ। ଶୁକ୍ରବାର ଦିନ ୨ଟାରେ ତାଙ୍କ ଶବ ମିଳିଥିଲା। ପୁଲିସ ଶବ ଜବତ କରି ବରଗଡ଼କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସ୍ବର୍ଗତ ବଢ଼େଇଙ୍କ ୨ପୁଅ ଓ ସ୍ତ୍ରୀ ଥିବା ଜଣାପଡ଼ିଛି। ସେ ଶୌଚ ପାଇଁ ଯାଇ କେନାଲ ପାଣିରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe