ବାହାଘର ହେବାର ବର୍ଷେ ନ ପୂରୁଣୁ ଅନ୍ୟ ଏକ ଝିଅକୁ ଧରି ସ୍ୱାମୀ ଫେରାର

ଚୁଲାଭଟରେ ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ଡୁଙ୍ଗୁରିପାଲି: ବାହାଘର ହେବାର ବର୍ଷେ ନ ପୂରୁଣୁ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କର୍ଲାଯୁରୀ ଗାଁର ଜଣେ ବ୍ୟକ୍ତି ଅନ୍ୟ ଏକ ଝିଅକୁ ଧରି ଫେରାର ହୋଇଯାଇଥିବା କଥା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ୨୦୨୦ ଫେବ୍ରୁଆରି ୪ ତାରିଖରେ ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁର ଡିଲେଶ୍ୱରୀ ନାଏକ କର୍ଲାଯୁରୀ ଗାଁର ରଞ୍ଜନ ଦଳେଇଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ, ଶାଶୂଘର ଲୋକେ ସୁନାହାର ପାଇଁ ୫୦ ହଜାର ଟଙ୍କା ଓ ଶାଢ଼ି ବାବଦକୁ ୨୦ ହଜାର ଟଙ୍କା ମାଗି ଅକଥନୀୟ ନିର୍ଯାତନା ଦେଉଥିଲେ। ଏଥିସହ ସେମାନେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। କ୍ରମେ ନିର୍ଯାତନା ଅସହ୍ୟ ହେବାରୁ ଡିଲେଶ୍ୱରୀ ତାଙ୍କ ଭାଇ ସହ ନିଜ ଗ୍ରାମକୁ ଚାଲିଯାଇଥିଲେ।

ଦେଢ଼ଶାଶୂ ଅମ୍ବିକା କଟୁଆର, ସେନ୍ତୋଷିନୀ ପାଣ୍ଡେ ଏବଂ ସ୍ୱାମୀ ଶୁକଦେବ ପାଣ୍ଡେଙ୍କ ବିରୋଧରେ ଡିଲେଶ୍ୱରୀ ନିର୍ଯାତନା ଦେଇଥିବା କଥା କହିବା ସହ ସ୍ୱାମୀ ରଞ୍ଜନ ଛେଲଖାଇ ଗ୍ରାମର ଜଣେ ଝିଅକୁ ଧରି ଫେରାର ହୋଇଯାଇଥିବା କଥା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏସ୍‌ଆଇ ଯଯାତିକେଶରୀ ସାହୁ ଡିଲେଶ୍ୱରୀଙ୍କ ଏତଲା ଗ୍ରହଣ କରି ଦଫା ୪୯୮ (ଏ), ୨୯୪, ୫୦୬ ଓ ୩୪ ‘ଆଇପିସି’ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe