ଚିକିତ୍ସା ଅବହେଳାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ପରିବାର ଲୋକଙ୍କ ଡାକ୍ତରଖାନାରେ ହୋହାଲ୍ଲା

ଚିକିତ୍ସା ଅବହେଳାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ପରିବାର ଲୋକଙ୍କ ଡାକ୍ତରଖାନାରେ ହୋହାଲ୍ଲା

ପାପଡାହାଣ୍ଡି:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସଂପୃକ୍ତ ପରିବାର ଲୋ‌କେ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋହାଲ୍ଲା ମଧ୍ୟ କରିଥିବା ଜଣାଯାଇଛି। ଏହି ବ୍ଲକର ଗାଦବାକତରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଡିଗୁଡା ଗ୍ରାମର ଲାଇବନ ମୁଦୁଲି (୪୮)ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସେମାନେ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବି କରିଛନ୍ତି। ଶବକୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରଖି ଜିଦରେ ଅଡ଼ି ବସିଛନ୍ତି, ଯାହାକୁ ନେଇ ଉତ୍ତଜେନା ଦେଖାଯାଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚିଛି।

ସୂଚନା ଅନୁଯାୟୀ ଲାଇବନ ମୁଦୁଲି ଓ ଗାଦବାକତରା ଗ୍ରାମର ଧନିଆ ହରିଜନ(୫୫) ଦୁହେଁ ଏକ ବାଇକ ଯୋଗେ କୌଣସି କାମରେ ଗାଦବାକତରା ଗ୍ରାମରୁ ମଇଦଲପୁର ଯାଉଥିଲେ। ଏହି ସମୟରେ ପାପଡାହାଣ୍ଡି ବ୍ଲକ ସେମଳା ଗ୍ରାମପଞ୍ଚାୟତ ପକନାଗୁଡା କାଜୁବାଡ଼ ନିକଟରେ ବାଇକ ଭାରସାମ୍ୟ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଲାଇବାନ ଓ ଧନିଆ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସି ନ ଥିଲା ଶେଷରେ ଏକ ଅଟୋ ଯୋଗେ ଦିନ ୧୧ରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଅପରାହ୍ନ ୩ଟା ବେଳକୁ ଲାଇବାନର ମୃତ୍ୟୁ ହୋଇଥିବା ଖବର ଡାକ୍ତର ଦେଇଥିଲେ, ଯାହାକୁ ନେଇ ପରିବାର ଲୋକ ଚିକିତ୍ସା ଅବହେଳା ହେବା ଯୋଗୁଁ ମୃତ ହୋଇଛି ବୋଲି ଉତ୍ତେଜନା ସୃଷ୍ଟି କରିଥିଲେ। କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳାକୁ ଦାୟୀ କରି ଶବକୁ ପକାଇ ରଖିଥିଲେ। ମୃତ ଲାଇବନଙ୍କ ଭାଇ ସହଦେବ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇଙ୍କ ଚିକିତ୍ସା ଠିକ ଭାବେ ହୋଇନାହିଁ। ସେ ଏତେ ଗୁରୁତର ମଧ୍ୟ ହୋଇନଥିଲେ। ସାମାନ୍ୟ ଆହତ ହୋଇଥିଲେ। ଯଦି ସେ ଏତେ ଗୁରୁତର ଥିଲେ ଆମକୁ କାହିଁକି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା ନାହିଁ। ଉତ୍ତେଜନା ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ପରିବାରଙ୍କୁ ବୁଝା ସୁଝା କରିବା ସହ ଶବ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନ ଥିଲେ। ଡାକ୍ତର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ପରିବାର ଲୋକେ ଜିଦରେ ଅଡ଼ିବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe