ଗଛରୁ ପଡି ଗଛ କଟାଳିଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବୁଗୁଡ଼ା: ସ୍ଥାନୀୟ ବଡଦାଣ୍ଡ ସାହିରେ ଏକ କଦମ୍ବ ଗଛରୁ ଖସି ପଡି ଜନୈକ ଗଛ କଟାଳିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବୁଗୁଡ଼ା ଓଡ଼ିଆ ସାହିର ଗୋବର୍ଦ୍ଧନ ପ୍ରଧାନ ଓରଫ ଗୋବରା (୫୫) । ପ୍ରକାଶ ଯେ , ବୁଗୁଡ଼ା ବଡ଼ଦାଣ୍ଡ ସାହି ରାସ୍ତା କଡରେ ଲାଗିଥିବା କଦମ୍ବ ଗଛ ଗୁଡିକରେ ପଲ ପଲ ବଗ ବାସ କରିବା ସହ ମଳତ୍ୟାଗ କରି ଆଖପାଖକୁ ଅସନା କରୁଥିବାରୁ ସେହି ସାହିର ଜଣେ ଲୋକ ନିଜ ଘର ଆଗରେ ଥିବା କଦମ୍ବ ଗଛର ଡାଳ ହାଣିବା କାମରେ ଗୋବରାକୁ ଲଗାଇଥିଲେ ।ସେ ଗଛରୁ ଡାଳ ହାଣିବା ବେଳେ ଅସାବଧାନତା ବଶତଃ ସେଥିରୁ ଖସି ପଡିଥିଲା ଏବଂ ତାହାର ମୁଣ୍ଡରେ ଆଘାତ ଲାଗିଥିଲା । ଦମକଳ ବାହିନୀ ଦ୍ବାରା ତାକୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତି ଉଚ୍ଚ ଗଛରେ ଚଢି ନଡିଆ ତୋଳିବା ଗୋବରାର ପେଶା ଥିବାବେଳେ ଆଜି ଅଳ୍ପ ଉଚ୍ଚତା ବିଶିଷ୍ଟ କଦମ୍ବ ଗଛରୁ ଖସି ପଡି ମରିଯିବା ଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe