ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

ବଣାଇଁ: ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି।

ନିହତ ଯୁବକ ହେଉଛନ୍ତି ବଣାଇଗଡ଼ ସହରବାସୀ ୨୭ ବର୍ଷିୟ ଅନୀଲ ମୁଣ୍ଡା।

ସକାଳୁ ସ୍ଥାନୀୟ ଲୋକେ ସେଠାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

publive-image

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ପ୍ରଥମେ ଅନୀଲଙ୍କ ସହ ଧସ୍ତାଧସ୍ତି କରି ତାଙ୍କୁ କାବୁ କରିବା ପରେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକାଟି ଦିଆଯାଇଛି। ତା’ପରେ ଖଣ୍ଡେ ପଥରରେ ତାଙ୍କୁ ଛେଚି ଦିଆଯାଇଛି। ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଗ୍ଲାସ୍‌, ସିଝାଅଣ୍ଡା ଆଦି ପଡ଼ିଛି। ଗତ ସନ୍ଧ୍ୟାରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

publive-image

ବଣାଇ ପୁଲିସ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ଲାଗି ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମଗାଇଛି।
ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe