ବାଘ ଚମଡ଼ା ଚାଲାଣ ଘଟଣା: ଚାଲାଣକାରୀକୁ ୩ ବର୍ଷ ଜେଲ ଦଣ୍ଡ, ୧୦ ହଜାର ଜରିମାନା

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ରାୟଗଡ଼ା: ଆଜି ରାୟଗଡା ଏସଡିଜେଏମ କୋର୍ଟର ଜଜ ବର୍ଷା ଦାସ ବାଘ ଚମଡା ଚାଲାଣ ମାମଲାରେ ସମସ୍ତ ୯ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଚାଲାଣକାରୀକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଂକା ଜରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୩ ମସିହା ମେ’ ମାସ ୨୩ ତାରିଖ ଦିନ ବିଶେଷ ସୂତ୍ରରୁ ଏସଟିଏଫ କର୍ମଚାରୀ ଖବର ପାଇ ରାୟଗଡାସ୍ଥିତ ଶିରିଗୁଡା ସ୍ବର୍ଗଧାମ ନିକଟରେ ୩ଟି ବାଘ ଚମଡା ସହ ଡମ୍ବରୁଧର ମାଢି ଓ ସୁଶାନ୍ତ କୁମାର ନାୟକକୁ ଗିରଫ କରିଥିଲେ। ଇନସପେକ୍ଟର ଜିତୁ ନାୟକ ସେମାନଙ୍କୁ ଧରୁଥିବା ବେଳେ ସୁଶାନ୍ତ ନାୟକ ଖସି ପଳାଇବାରେ ସଫଳ ହୋଇଥିଲେ। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଭାବ ଇନସପେକ୍ଟର ଦିପ୍ତି ରଂଜନ ପ୍ରଧାନଙ୍କୁ ଦିଆଯାଇଥିଲା।

ଏସଡିଜେଏମ କୋର୍ଟ ଜଜ ବର୍ଷା ଦାସ ସମସ୍ତ ୯ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ‌ଚାଲାଣକାରୀ ବିରୋଧରେ ଦଫା ୪୧୧ରେ ୩ ବର୍ଷ,ଦଫା ୧୨୦(ବି)ରେ ୬ ମାସ,ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଂକା ଜରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି।ଏହି କେଶଟିକୁ ସରକାରୀ ଓକିଲ ସଚ୍ଚିଦାନନ୍ଦ ଖାଡେଙ୍ଗା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe