ସମ୍ପତ୍ତି ଓ ସୁନା ଗହଣା ଲୋଭରେ ଟ୍ରିପଲ ମର୍ଡର ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବାସୁଦେବପଡାରେ ୨୦୧୧ ମସିହା ଅକ୍ଟୋବର ମାସରେ ସମ୍ପତ୍ତି ଓ ସୁନା ଗହଣା ଲୋଭରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଯୁଗେଶ୍ବର ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି।

ମାମଲାର ବିବରଣୀରୁ ଜଣାଯାଇଛି ଯେ, ବେଲପଡା ବାସୁଦେବପଡାରେ ରହୁଥିବା ଦିପ୍ତିମୟୀ ମେହେରଙ୍କ ଘରେ ମାଲିମୁଣ୍ଡା ଗ୍ରାମର ଯୁଗେଶ୍ବର ମେହେର ଭଡାରେ ରହୁଥିଲା। ଦିପ୍ତିମୟୀଙ୍କ ଧନ ସମ୍ପତ୍ତି ଦେଖି ଲୋଭରେ ପଡି ଯାଇଥିଲା ଯୁଗେଶ୍ବର। କିଛି ସମୟ ଧରି ଭଡାରେ ରହି ପରେ ଅନ୍ୟତ୍ର ରହୁଥିଲା। ଦିପ୍ତିମୟୀଙ୍କ ସମ୍ପତ୍ତି ହଡପ କରିବା ଆଳରେ ପୂର୍ବ ଯୋଜନା ଅନୁଯାୟୀ ଦିପ୍ତିମୟୀ ମେହେର(୬୨), ପ୍ରତିଭା ମେହେର(୨୮) ଓ ପ୍ରଣତି ମେହେର (୨୨)ଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା। ଏହାକୁ ନେଇ ବେଲପଡା ପୁଲିସ ସେ ସମୟରେ ( ୨୮/୧୦/୨୦୧୧) ରେ ପୁଲିସ କେସ ନଂ ୩୭ରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ବେଲପଡା ପୁଲିସ ଯୁଗେଶ୍ବରକୁ କୋର୍ଟ ଚାଲାଣ କରିଥିଲା।

ସେହି ସମୟରେ ପୁଲିସ ଭୁଜାଲି ସହ ଅନ୍ୟ ଧାରୁଆ ଅସ୍ତ୍ରଶସ୍ତ୍ର ଓ ବହୁ ମାତ୍ରାରେ ସୁନା ଗହଣା ଜବତ୍ କରିଥିଲା। ଏହି ଟ୍ରିପଲ ମର୍ଡରରେ ଯୁଗେଶ୍ବରଙ୍କୁ ତାଙ୍କ ନାବାଳକ ପୁଅ ( ସେ ସମୟରେ) ସହଯୋଗ କରିଥିବା ବେଳେ ନାବାଳକ ପୁଅକୁ ପୂର୍ବରୁ ବଲାଙ୍ଗୀରର ଜୁଭେନାଇଲ ବୋର୍ଡରେ ବର୍ଷେ ଦଣ୍ଡ ଶୁଣାଇଥିବା ଜଣାପଡିଥିଲା। ଯୁଗେଶ୍ବର ମେହେର ବିଚାରଧିନ କଏଦୀ ଭାବେ ଜେଲରେ ଥିବା ବେଳେ ଏଡିଜେ କୋର୍ଟରେ ଏହି ମାମଲାରେ ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିବା ଜଣାପଡିଛି। ସମସ୍ତ ସାକ୍ଷ୍ୟ  ପ୍ରମାଣ ଗ୍ରହଣ କରିବା ପରେ ଶୁକ୍ରବାର ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଏଡିଜେ ଶ୍ବେତା ମିଶ୍ର ମୁଖ୍ୟ ଅଭିଯୁକ୍ତ ଯୁଗେଶ୍ବରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଥିବା ଜଣାପଡିଛି। ଅନାଦେୟେ ଆହୁରୀ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe