Man In Police Uniform: ପୁଲିସ ପୋଷାକରେ ଯୁବକ , ଗିରଫ କଲା ଅସଲି ପୁଲିସ

Advertisment

ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନରେ। ସୂଚନା ଅନୁଯାୟୀ ଗୁରୁବାର ଜଣେ ସନ୍ଦିଗ୍ଧ ଯୁବକ ପୁଲିସ ପୋଷାକ ପିନ୍ଧି ଏଣେ ତେଣେ ବୁଲି ବୁଲୁଥିବା ସମୟରେ ଲୋକେ ତାଙ୍କୁ ସନ୍ଦେହ କରି ରାଇରଙ୍ଗପୁର ଟାଉନ୍ ଥାନାକୁ ଖବର ଦେଇଥିଲେ...

ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନରେ। ସୂଚନା ଅନୁଯାୟୀ ଗୁରୁବାର ଜଣେ ସନ୍ଦିଗ୍ଧ ଯୁବକ ପୁଲିସ ପୋଷାକ ପିନ୍ଧି ଏଣେ ତେଣେ ବୁଲି ବୁଲୁଥିବା ସମୟରେ ଲୋକେ ତାଙ୍କୁ ସନ୍ଦେହ କରି ରାଇରଙ୍ଗପୁର ଟାଉନ୍ ଥାନାକୁ ଖବର ଦେଇଥିଲେ...

man in police uniform

man in police uniform Photograph: (sambad.in)

ରାଇରଙ୍ଗପୁର: ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନରେ। ସୂଚନା ଅନୁଯାୟୀ ଗୁରୁବାର ଜଣେ ସନ୍ଦିଗ୍ଧ ଯୁବକ ପୁଲିସ ପୋଷାକ ପିନ୍ଧି ଏଣେ ତେଣେ ବୁଲି ବୁଲୁଥିବା ସମୟରେ ଲୋକେ ତାଙ୍କୁ ସନ୍ଦେହ କରି ରାଇରଙ୍ଗପୁର ଟାଉନ୍ ଥାନାକୁ ଖବର ଦେବାପରେ ରାଇରଙ୍ଗପୁର ରେଳଷ୍ଟେସନରେ ପୁଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି। 

ଘଟଣାର ପ୍ରାଥମିକ ତଦନ୍ତ କରି ପୁଲିସ ଜାଣିବାକୁ ପାଇଛି ଯେ, ସେ ପୁଲିସ ଡ୍ରେସ୍ ପିନ୍ଧି ବୁଲୁଥିଲେ। ତେବେ କେଉଁ କାରଣରୁ ନକଲି ପୁଲିସ ଡ୍ରେସ୍ ପିନ୍ଧିଥିଲେ ତାହା ଜଣା ପଡିନାହିଁ।

ଆହୁରି ପଢ଼ନ୍ତୁ:Satya Vihar Apartment Fire: ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବାସିନ୍ଦା ଆତଙ୍କିତ

ନକଲି ପୁଲିସ ଜଣକ ଗଣମାଧ୍ୟମ ସମ୍ମୁଖରେ ନିଜ ପରିଚୟ ଦେଇ  କହିଛନ୍ତି, ସେ ହେଉଛନ୍ତି କୁଳିଅଣା ଥାନା ଅନ୍ତର୍ଗତ ଆମ୍ବଡିହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ।  ସେ ପୁଲିସ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରୁ ବଟି ଆଦାୟ କରୁଥିବା ସନ୍ଦେହ କରାଯାଉଛି । ଏନେଇ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ନକଲି ପୁଲିସଙ୍କ ଧମକ

ମତେ ଯିଏ ଫସାଇଛି ତାଙ୍କୁ ଘରୁ ଉଠାଇନେବେ ବୋଲି ଗଣମଧ୍ୟମ ସମ୍ମୁଖରେ ଧମକ ଦେଇଛନ୍ତି ନକଲି ପୁଲିସ ପୂର୍ଣ୍ଣଚନ୍ଦ୍ର। 

ସୂଚନାଯୋଗ୍ୟ, ଗତ ୩୦ ମେ’ ୨୦୨୩ ରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଦଡା ଗ୍ରାମର ଜଣେ ଯୁବକଙ୍କ ଘରକୁ ଜଣେ ପୁଲିସ ଯାଇ ତାଙ୍କ ନାମରେ ଏକ କେସ ଅଛି ଟଙ୍କା ଦେଲେ କେସ ରଫାଦଫା କରିଦେବେ ବୋଲି କହିଥିଲେ। ତାଙ୍କ ପରିବାର ଲୋକେ ଭୟବିତ ହୋଇ ଟଙ୍କା ଜୁଗାଡ କରୁଥିଲେ।

ଆହୁରି ପଢ଼ନ୍ତୁ:Gulua-Varsha Conflict: ପିଇସା ଫେରାଇଲେନି ପଇସା, ସଂଗୀନ ଅଭିଯୋଗ ଆଣିଲେ ବର୍ଷା

ତେବେ ସେହି ସମୟରେ କିଛି ଗ୍ରାମବାସୀ ସନ୍ଦେହ କଲେ ଯେ ମହିଳା ପୁଲିସ ଜଣକ ନକଲି, ସେ ନକଲି ପୋଲିସ ଡ୍ରେସ୍ ପିନ୍ଧି ଭୟ ଦେଖାଇ ବଟି ମାଗୁଥିଲେ। ତେବେ ପରେ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ନକଲି ଡିଏସପି ସାଜିଥିବା ପୁଲିସକୁ ଗିରଫ କୋର୍ଟ ଚାଲାଣ କରିଥିଲେ।

ରିପୋର୍ଟ: ତୁଷାରକାନ୍ତ ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe